independenceday-2016

Press Information Bureau

Government of India

Ministry of Communications

ବିଏସଏନଏଲର ସ୍ୱାଧୀନତା ଦିବସ ଅଫର

Posted On :14, August 2017 11:37 IST

 

  • ଏବେ ରୋମିଂ ସମୟରେ ଭଏସ/ଏସଏମଏସ ଏସଟିଭି କମ୍ବୋ ଭାଉଚରର ଲାଭ
  • ଦେଶବ୍ୟାପୀ ମାଗଣା ଅସୀମିତ କଲ୍ ସୁବିଧା

 

ଭାରତୀୟ ସଂଚାର ନିଗମ ଲିମିଟେଡ ( ବିଏସଏନଏଲ) ପ୍ରଥମ ଅପରେଟର ଭାବେ 15 ଜୁନ୍ 2015ରୁ ନିଶୁଳ୍କ ରାଷ୍ଟ୍ରୀୟ ରୋମିଂ ସୁବିଧା ପ୍ରଦାନ କରୁଛି । ଏହା ପରେ ବିଏସଏନଏଲ ଏବେ 71ତମ ସ୍ୱାଧୀନତା ଦିବସ ଅବସରରେ 2017 ଅଗଷ୍ଟ 15ରୁ ସମଗ୍ର ଦେଶରେ ଉକ୍ତ ଅଂଚଳରେ ଯେଉଁଠି ବିଏସଏନଏଲ ନିଜର ସେବା ପ୍ରଦାନ କରୁଛି ସେଠାରେ ରାଷ୍ଟ୍ରୀୟ ରୋମିଂରେ ଭଏସ/ଏସଏମଏସ, ସ୍ୱତନ୍ତ୍ର ଟାରିଫ ଭାଉଚର(ଏସଟିଭି) ଓ କମ୍ବୋ ଭାଉଚରର ଫାଇଦା ଦେବାକୁ ନିଷ୍ପତ୍ତି ନେଇଛି ।

ବିଶେଷକରି ଆମର ଯବାନ ଓ ସାମ୍ବାଦିକମାନଙ୍କ ସମେତ ଯେଉଁମାନେ ମୁଖ୍ୟତଃ ଅଧିକ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏହି ଅଫର୍ ଲାଭଦାୟକ ହେବ । ଏବେ ଯଦି ଆପଣଙ୍କ ପାଖରେ କୌଣସି ଏସଟିଭି ଥିବ, ତା’ହେଲେ ଏହାର ଫାଇଦା ଆପଣଙ୍କୁ କେବଳ ନିଜ ଗୃହ ରାଜ୍ୟ/ଲାଇସେନ୍ସ ସେବା କ୍ଷେତ୍ରରେ ମିଳୁଛି । କିନ୍ତୁ 2017 ଅଗଷ୍ଟ 15 ତାରିଖରୁ ଜଣେ ବ୍ୟକ୍ତି ନିଜ ଗୃହ ରାଜ୍ୟ ଅବା ଏଲଏସଏରୁ ବାହାରକୁ ଗଲେ ମଧ୍ୟ ଏହାର ଫାଇଦା ମିଳିବ ।

ଉଦାହରଣସ୍ୱରୂପ ଏସଟିଭି-349 ଯେଉଁଥିରେ କେବଳ ଗୃହ ରାଜ୍ୟ ଓ ଏଲଏସଏରେ କୌଣସି ନେଟୱାର୍କକୁ ଅସୀମିତ ଭଏସ୍ କଲ କରିବାର ସୁବିଧା ଅଛି । ଏବେ ଗ୍ରାହକ ଗୃହ ରାଜ୍ୟ ଓ ଏଲଏସଏରୁ ବାହାରେ ବିଏସଏନଏଲ କାର୍ଯ୍ୟ କରୁଥିବା କୌଣସି ଅଂଚଳକୁ ଯାତ୍ରା ସମୟରେ ଯେକୌଣସି ନେଟୱାର୍କରେ ଅସୀମିତ ଭଏସ୍ କଲ କରିବାର ଫାଇଦା ଉଠାଇପାରିବେ ।

ବିଏସଏନଏଲ ବୋର୍ଡ ନିର୍ଦ୍ଦେଶକ(ସିଏମ୍) ଆର.କେ.ମିତ୍ତଲ କହିଛନ୍ତି ଯେ, ‘ଏହି ଯୋଜନାରେ ସେନାକର୍ମୀ, ପେଷାଦାର, ବ୍ୟବସାୟୀ ଓ ଛାତ୍ର ସମସ୍ତଙ୍କୁ ଅଧିକ ଫାଇଦା ମିଳିବ’ ।