independenceday-2016

Press Information Bureau

Government of India

Vice President's Secretariat

ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଉପରାଷ୍ଟ୍ରପତିଙ୍କ ଅଭିନନ୍ଦନ

Posted On :14, August 2017 12:26 IST

ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁ ସ୍ୱାଧୀନତା ଦିବସର ଶୁଭ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ନିଜ ସନ୍ଦେଶରେ ସେ କହିଛନ୍ତି ଯେ ଆମେ ବୀର ସ୍ୱାଧୀନତା ସଂଗ୍ରାମୀଙ୍କୁ ସାଲ୍ୟୁଟ ଜଣାଉଛୁ ଯେଉଁମାନଙ୍କ ସାହାସ ଓ ବଳିଦାନରେ ଦମନକାରୀ ଔପନିବେଶବାଦ ଶାସନରୁ ମୁକ୍ତି ମିଳି ସ୍ୱାଧୀନତାର ମାର୍ଗ ପ୍ରଶସ୍ତ ହୋଇଛି । ସେ କହିଛନ୍ତି ଯେ ଏହି ସ୍ୱାଧୀନତା ଦିବସ ଅବସରରେ ଆମେ ଦାରିଦ୍ର୍ୟ, ନିରକ୍ଷରତା ଓ ଭ୍ରଷ୍ଟାଚାର ସମାପ୍ତ କରି ନବ ଭାରତର ନିର୍ମାଣ କରିବା ପାଇଁ ସଂକଳ୍ପ ନେବା ।

ଉପରାଷ୍ଟ୍ରପତିଙ୍କ ମୂଳ ବାର୍ତା:

“ସ୍ୱାଧୀନତା ଦିବସର ଉଲ୍ଲାସପୂର୍ଣ୍ଣ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି ।

ଏହି ପବିତ୍ର ଅବସରରେ, ଆମ ରାଷ୍ଟ୍ର ହାସଲ କରିଥିବା ପ୍ରଗତିକୁ ନେଇ ଆମେ ଗୌରବାନ୍ୱିତ ହେବା ଓ ଆମ ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ସାହାସ ଓ ବଳିଦାନକୁ ସାଲ୍ୟୁଟ୍ କରିବା ଯେଉଁମାନଙ୍କ ବଳିଦାନରେ ଦମନକାରୀ ଔପନିବେଶବାଦ ଶାସନରୁ ଦେଶକୁ ମୁକ୍ତି ମିଳିଛି ।

ଏହି ସ୍ୱାଧୀନତା ଦିବସରେ ସଂକଳ୍ପ ନେବା ଯେ, ଆମେ ଦାରିଦ୍ର୍ୟ, ନିରକ୍ଷରତା ଓ ଭ୍ରଷ୍ଟାଚାର ସମାପ୍ତ କରି ନବ ଭାରତର ନିର୍ମାଣ କରିବା ଓ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ସମୃଦ୍ଧି, ସମାନତା ଓ ଗରିମାର ଲକ୍ଷ୍ୟକୁ ହାସଲ କରି ଜାତିର ପିତା ଓ ଅନ୍ୟ ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ସାକାର କରିବା ।

ବିଶ୍ୱର ସବୁଠୁ ଦ୍ରୁତ ଅର୍ଥବ୍ୟବସ୍ଥା ଆଡ଼କୁ ଭାରତ ମୁହାଁଇଥିବାବେଳେ ପ୍ରତ୍ୟେକ ନାଗରିକ ଦେଶର ସାମାଜିକ ମୂଲ୍ୟକୁ କାଏମ ରଖି ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବା ଉଚିତ୍ ।”