Responsive image

Press Information Bureau

Government of India

Prime Minister's Office

ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ;

Posted On :31, October 2017 10:15 IST

ପତାକା ଦେଖାଇ ଏକତା ଦୌଡ ପ୍ରାରମ୍ଭ କଲେ ପ୍ରଧାନମନ୍ତ୍ରୀ

 

ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଶ୍ରୀ ଏମ॰ଭେଙ୍କେୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ନୂଆଦିଲ୍ଲୀର ପଟେଲ ଚୌକଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।

ପରେ ପ୍ରଧାନମନ୍ତ୍ରୀ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡ଼ିୟମରେ ପତାକା ଦେଖାଇ ‘ଏକତା ଦୌଡ’ର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ, ବିଶେଷ କରି ଦେଶର ଏକତ୍ରୀକରଣ କ୍ଷେତ୍ରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଯୋଗଦାନ ବିଷୟରେ ସ୍ମରଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଦୃଢ଼ ଭାବରେ କହିଥିଲେ ଯେ ଭାରତର ଯୁବ ସମାଜ ସର୍ଦ୍ଦାର ପଟେଲଙ୍କୁ ଏବଂ ଦେଶ ଗଠନରେ ତାଙ୍କର ଯୋଗଦାନକୁ ସବୁବେଳେ ସ୍ମରଣ ଓ ସମ୍ମାନିତ କରି ଆସିଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ଏହାର ବିବିଧତା ପାଇଁ ଗର୍ବିତ ଏବଂ ‘ଏକତା ପାଇଁ ଦୌଡ’ ଭଳି ଅବସର ଏହି ଗରିମା ଏବଂ ଏକତ୍ୱର ଭାବନାକୁ ଆହୁରି ଦୃଢ଼ୀଭୁତ କରିଥାଏ ।

ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଏହି ଅବସରରେ ସ୍ମରଣ କରିଥିଲେ, ଯାହାଙ୍କ ପୁଣ୍ୟତିଥି ମଧ୍ୟ ଆଜି ପାଳନ କରାଯାଉଛି ।

ଏକତା ଦୌଡର ଅଂଶଗ୍ରହଣକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଶପଥ ପାଠ କରାଇଥିଲେ ।

 

****