independenceday-2016

Press Information Bureau

Government of India

Prime Minister's Office

72ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

Posted On :15, August 2018 10:51 IST

72ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଲାଲକିଲ୍ଲା ଉପରୁ ସମ୍ବୋଧନ କରିଛନ୍ତି । ଭାରତ ସମ୍ପ୍ରତି ଆତ୍ମବିଶ୍ୱାସରେ ଭରି ରହିଥିବା ନେଇ ଦୃଢ଼ୋକ୍ତି ପ୍ରକାଶ କରି ପ୍ରଧାନମନ୍ତ୍ରୀ 6 ଜଣ ଯୁବ ମହିଳା ନୌସେନା ଧିକାରୀଙ୍କ ସଫଳତା ଏବଂ ଗରିବ ପରିବାରରୁ ଆସିଥିବା ଭାରତୀୟ କ୍ରୀଡାବିତମାନଙ୍କ ସଫଳତା ସମ୍ବନ୍ଧରେ ପ୍ରକାଶ କରିଥିଲେ ସେ ନୀଳଗିରି ପର୍ବତରେ ଫୁଟୁଥିବା ନୀଳକୁରୁଞ୍ଜୀ ଫୁଲ ସମ୍ବନ୍ଧରେ ପ୍ରକାଶ କରିଥିଲେ ଯାହାକି ଏପରି ଏକ ପ୍ରକ୍ରିୟା ଯାହା ପ୍ରତି 12 ବର୍ଷରେ ଥରେ ଘଟିଥାଏ । ସେ କହିଲେ ଯେ ସଂସଦର ସଦ୍ୟ ସମାପ୍ତ ଅଧିବେଶନ ସାମାଜିକ ନ୍ୟାୟ ପ୍ରତି ସମର୍ପିତ । ସେ କହିଲେ ଯେ ଭାରତ ହେଉଛି ସମ୍ପ୍ରତି ବିଶ୍ୱର ଷଷ୍ଠ ସର୍ବବୃହତ ଗଣତନ୍ତ୍ର ।

ପ୍ରଧାନମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀ ଏବଂ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ ସୁରକ୍ଷା ବାହିନୀ ଏବଂ ପୋଲିସ ବାହିନୀର ଶହୀଦ ଯବାନମାନଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ । ସେ ବିଶେଷ କରି ଜାଲିୱାନାୱାଲାବାଗ ହତ୍ୟାକାଣ୍ଡର ଶହୀଦମାନଙ୍କୁ ସ୍ମରଣ କରିଥିଲେ, ଯାହାକି 1919 ବୈଶାଖି ଦିବସରେ ସଂଘଟିତ ହୋଇଥିଲା । ଦେଶର କେତେକ ଅଂଶରେ ବନ୍ୟାରେ ପ୍ରଭାବିତ ଓ ମୃତାହତଙ୍କ ପାଇଁ ସେ ଶୋକପ୍ରକାଶ କରିଥିଲେ ।

ସେ କବି ସୁବ୍ରମଣ୍ୟମ ଭାରତୀଙ୍କ ଉକ୍ତି ଉଦ୍ଧୃତ କରି କହିଲେ ଯେ ସମସ୍ତ ପ୍ରକାରର ଶୃଙ୍ଖଳ ବିରୋଧରେ ଭାରତ ସମଗ୍ର ବିଶ୍ୱକୁ ମାର୍ଗ ପ୍ରଦର୍ଶିତ କରିବ । ସେ କହିଲେ ଯେ ଏହି ସ୍ୱପ୍ନ ହେଉଛି ଅଗଣିତ ସ୍ୱାଧୀନତା ସଂଗ୍ରାମୀଙ୍କର । ଆଉ ଏପରି ଏକ ସ୍ୱପ୍ନର ଦେଶ ନିର୍ମାଣ ପାଇଁ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ଏକ ସମନ୍ୱିତ ସମ୍ବିଧାନ ପ୍ରଣୟନ କରାଯାଇଛି, ଯେଉଁଥିରେ କି ଗରିବଙ୍କ ପାଇଁ ନ୍ୟାୟ ଥିବ ଏବଂ ଆଗକୁ ବଢ଼ିବା ପାଇଁ ସମସ୍ତଙ୍କ ପାଖରେ ସମାନ ସୁଯୋଗ ଥିବ । ସେ କହିଲେ ଯେ ଦେଶ ଗଠନ କରିବା ପାଇଁ ସମ୍ପ୍ରତି ଭାରତୀୟମାନେ ଏକତ୍ର ହେଉଛନ୍ତି । ସେ ପାଇଖାନା ନିର୍ମାଣ, ଗ୍ରାମ୍ୟ ବିଦ୍ୟୁତକରଣ, ଏଲପିଜି ଗ୍ୟାସ ସଂଯୋଗ, ଗୃହ ନିର୍ମାଣ ଆଦି ବିଭିନ୍ନ କ୍ଷେତ୍ରରେ ବିକାଶର ଗତି ସମ୍ବନ୍ଧରେ ଉଦାହରଣ ପ୍ରଦାନ କରିଥିଲେ ।

ସେ କହିଲେ ଯେ କେନ୍ଦ୍ର ସରକାର ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରିଥିଲେ ଯେଉଁଗୁଡିକ କି ଦୀର୍ଘଦିନ ଧରି ଝୁଲି ରହିଥିଲା ଏବଂ ଏଗୁଡ଼ିକ ମଧ୍ୟରେ ସାମିଲ ଥିଲା କୃଷକମାନଙ୍କ ପାଇଁ  ଉଚ୍ଚତର ସର୍ବନିମ୍ନ ସହାୟକ ମୂଲ୍ୟ, ଜିଏସଟି ଏବଂ ଏକ ପାହ୍ୟା-ଏକ ପେନସନ । ସେ କହିଲେ ଯେ କେନ୍ଦ୍ର ସରକାର ଜାତୀୟ ସ୍ୱାର୍ଥକୁ ଅଗ୍ରାଧୀକାର ପ୍ରଦାନ କରୁଥିବାରୁ ଏହା ସମ୍ଭବ ହୋଇପାରିଛି । ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଯେ 2013 ତୁଳନାରେ ଆନ୍ତର୍ଜାତିକ ସଂଗଠନ ଓ ଏଜେନ୍ସି ଗୁଡ଼ିକ ସମ୍ପ୍ରତି ଭାରତକୁ କିପରି ଭିନ୍ନ ଓ ସକାରାତ୍ମକ ଦୃଷ୍ଟିରେ ଦେଖୁଛନ୍ତି । ସେ କହିଲେ ଯେ ଏକଦା ଭାରତ ନୀତିଗତ ପକ୍ଷାଘାତରେ ପୀଡିତ ଥିଲାବେଳେ, ସମ୍ପ୍ରତି ଏଥିରେ ସୁଧାର ଆସି ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣରେ ପରିବର୍ତ୍ତିତ ହୋଇଛି । ସେ କହିଲେ ଯେ ଭାରତ ସମ୍ପ୍ରତି ଅନେକ ବହୁମୁଖୀ ସଂଗଠନର ସଦସ୍ୟ ଏବଂ ଆନ୍ତର୍ଜାତିକ ସୌର ସଂଗଠନର ନେତୃତ୍ୱ ନେଉଛି । ପ୍ରଧାନମନ୍ତ୍ରୀ କହିଲେ ଯେ ସମ୍ପ୍ରତି ଉତ୍ତର-ପୂର୍ବ ରାଜ୍ୟମାନେ କ୍ରୀଡ଼ା ସଫଳତା, ବିଦ୍ୟୁତ ସଂଯୋଗ ହୋଇନଥିବା ଗ୍ରାମଗୁଡ଼ିକୁ ବିଦ୍ୟୁତ ସଂଯୋଗୀକରଣ ଏବଂ ଜୈବ କୃଷିର ପ୍ରମୁଖ ସ୍ଥାନ ଭାବେ ଖବରକାଗଜର ଶିରୋନାମା ମଣ୍ଡନ କରୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ମୁଦ୍ରା ଯୋଜନାରେ 13 କୋଟି ଋଣ ପ୍ରଦାନ କରାଯାଇଛି ଏବଂ ଏହି ସଂଖ୍ୟାରୁ  4 କୋଟି ଏହିପରି ଋଣ ଯାହାକି ପ୍ରଥମ କରି ହିତାଧିକାରୀମାନେ ନେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ଏହାର ବୈଜ୍ଞାନିକମାନଙ୍କୁ ନେଇ ଗର୍ବିତ । ସେ ଘୋଷଣା କରିଥିଲେ ଯେ ଭାରତ ଏହାର ସାମର୍ଥ୍ୟ ବ୍ୟବହାର କରି 2022 ସୁଦ୍ଧା ଗଗନ-ଯାନନାମକ ଏକ ମାନବବାହୀ ମହାକାଶ ମିଶନ ଆରମ୍ଭ କରିବ । ଏପରି କରିବାରେ ଭାରତ ହେବ ବିଶ୍ୱର ଚତୁର୍ଥ ରାଷ୍ଟ୍ର ।

2022 ସୁଦ୍ଧା କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଅନ୍ତର୍ଦୃଷ୍ଟି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଦୃଢ଼ ଭାବେ ପ୍ରକାଶ କରିଥିଲେ ଯେ ବହୁ କଠିନ ମନେ ହେଉଥିବା ଲକ୍ଷ୍ୟ ହାସଲ କରିବା ହେଉଛି ପ୍ରକୃତ କାର୍ଯ୍ୟ । ସେ କହିଲେ ଯେ ଉଜ୍ଜ୍ୱଳା ଯୋଜନା ଏବଂ ସୌଭାଗ୍ୟ ଯୋଜନା ଜନସାଧାରଣଙ୍କୁ ମର୍ଯ୍ୟଦା ପ୍ରଦାନ କରୁଛି । ସେ କହିଲେ ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ଭଳି ସଂସ୍ଥା ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ପ୍ରଗତିକୁ  ପ୍ରଶଂସା କରିଛନ୍ତି । ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ସେପ୍ଟେମ୍ବର 25 ତାରିଖରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଅଭିଯାନର ଶୁଭାରମ୍ଭ କରାଯିବା ନେଇ ସୂଚନା ଦେଇଥିଲେ । ସେ ଦୃଢ଼ତା ପ୍ରକାଶ କରି କହିଥିଲେ ଯେ  ଭାରତର ଗରିବମାନଙ୍କୁ ଭଲ ଖାଦ୍ୟ ପ୍ରଦାନ ଏବଂ ଉଚ୍ଚ ଗୁଣମାନ ତଥା ସୁଲଭ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ନେଇ ଆମେ ସୁନିଶ୍ଚିତ କରିବାକୁ ପଡିବ ।

ପ୍ରଧାନମନ୍ତ୍ରୀ କହିଲେ ଯେ କିପରି ଭାବେ 6 କୋଟି ନକଲି ହିତାଧିକାରୀଙ୍କୁ ହଟେଇ ଦିଆଯିବା ପରେ ସରକାରୀ ଯୋଜନାର ଯଥାର୍ଥ ଲାଭ ଲୋକଙ୍କୁ ମିଳିପାରୁଛି ।

ଦେଶର ପ୍ରଗତିରେ ସଚ୍ଚୋଟ କରଦାତାଙ୍କର ଏକ ପ୍ରମୁଖ ଭୂମିକା ରହିଛି । ସେ ପୁନଶ୍ଚ କହିଥିଲେ ଯେ ସେମାନଙ୍କ ଯୋଗୁ ଅନେକ ଲୋକଙ୍କୁ ଖାଦ୍ୟ ମିଳୁଛି ଏବଂ ଗରିବ ବ୍ୟକ୍ତିଙ୍କ ଜୀବନ ରୂପାନ୍ତରିତ ହେଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁମାନେ ଦୁର୍ନୀତିଗ୍ରସ୍ତ ଏବଂ ଯେଉଁମାନଙ୍କର କଳାଧନ ରହିଛି ସେସମାନଙ୍କୁ କ୍ଷମା କରାଯାଇ ପାରିବ ନାହିଁ । ସେ କହିଲେ ଦିଲ୍ଲୀର ରାସ୍ତା ଏବେ କ୍ଷମତା ଦଲାଲଙ୍କଠାରୁ ମୁକ୍ତ ଏବଂ ଗରିବ ଲୋକର କଥାକୁ ମଧ୍ୟ ଶୁଣାଯାଉଛି ।

ପ୍ରଧାନମନ୍ତ୍ରୀ ଘୋଷଣା କଲେ ଯେ ଭାରତୀୟ ସେନାବାହିନୀର ସର୍ଟସର୍ଭିସ କମିଶନର ମହିଳା ପଦାଧିକାରୀମାନେ ଏକ ସ୍ୱଚ୍ଛ ଚୟନ ପ୍ରକ୍ରିୟା ମାଧ୍ୟମରେ ସ୍ଥାୟୀ କମିଶନ ପଦବୀ ପାଇଁ ଯୋଗ୍ୟ ବିବେଚିତ ହେବେ ।

ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଯେ ତିନ ତଲାକ୍ ଦ୍ୱାରା ମୁସଲିମ ମହିଳାମାନଙ୍କ ପ୍ରତି ବହୁ ମାତ୍ରାରେ ଅନ୍ୟାୟ ହୋଇଛି । ପ୍ରଧାନମନ୍ତ୍ରୀ ଦୃଢ଼ତା ପ୍ରକାଶ କରିଥିଲେ ଯେ ସେ ମହିଳାମାନଙ୍କୁ ନ୍ୟାୟ ପ୍ରଦାନ କରିବେ ।

ପ୍ରଧାନମନ୍ତ୍ରୀ ଦେଶରେ ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପ ହ୍ରାସ ପାଉଥିବା ସମ୍ବନ୍ଧରେ ଆଲୋଚନା କରିଥିଲେ । ସେ ଜାମ୍ମୁ-କାଶ୍ମୀର ରାଜ୍ୟକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦୁରଦୃଷ୍ଟି - ଇନସାନିୟତ, ଜମ୍ମୁରିୟତ, କାଶ୍ମୀରିୟତ ସମ୍ବନ୍ଧରେ ଦୋହରାଇଥିଲେ । ସମସ୍ତଙ୍କ ପାଇଁ ଘର, ସମସ୍ତଙ୍କ ପାଇଁ ଶକ୍ତି, ସମସ୍ତଙ୍କ ପାଇଁ ସ୍ୱଚ୍ଛ ଇନ୍ଧନ, ସମସ୍ତଙ୍କ ପାଇଁ ଜଳ, ସମସ୍ତଙ୍କ ପାଇଁ ଦକ୍ଷତା, ସମସ୍ତଙ୍କର ବୀମା ଏବଂ ସମସ୍ତଙ୍କ ଲାଗି ସଂଯୋଗୀକରଣ ଆଦି ବିଷୟ ଉପରେ ଗୁରୁତ୍ୱାରୋପ କରିଥିଲେ ।

ସେ କହିଥିଲେ ଯେ ଭାରତର ପ୍ରଗତି, ପୁଷ୍ଟିହୀନତା ଦୂରୀକରଣ ଏବଂ ଭାରତୀୟମାନଙ୍କୁ ଏକ ଗୁଣାତ୍ମକ ମାନର ଜୀବନ ଜିଇଁବା ସୁନିଶ୍ଚିତ କରିବା ଲାଗି ସେ ଅତ୍ୟନ୍ତ ବ୍ୟାକୁଳ ଏବଂ ଆଗ୍ରହୀ ।

 

**********