independenceday-2016

Press Information Bureau

Government of India

Prime Minister's Office

ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ ସମ୍ବୋଧନ-2017ର ମୁଖ୍ୟାଂଶ

Posted On :15, August 2017 12:51 IST

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 71ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ଉପରୁ ଦେଶକୁ ସମ୍ବୋଧିତ କରିଥିଲେ । ତାଙ୍କ ବକ୍ତବ୍ୟର  ମୁଖ୍ୟାଂଶ ନିମ୍ନରେ ପ୍ରଦାନ କରାଗଲା :-

 

  1. ଦେଶବାସୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ହାର୍ଦ୍ଦିକ ଶୁଭକାମନା
  2. ଦେଶର ସ୍ୱାଧୀନତା ଓ ଯଶ ପାଇଁ ଯେଉଁମାନଙ୍କର ଯୋଗଦାନ ରହିଛି ଓ ଯେଉଁମାନେ ଯନ୍ତ୍ରଣା ସହ୍ୟ କରିବା ସହ ସେମାନଙ୍କର ଜୀବନକୁ ଉତ୍ସର୍ଗ କରିଛନ୍ତି, ସେହି ମହାନ ଆତ୍ମାଙ୍କୁ, ମା ଓ ଭଉଣୀ ମାନଙ୍କୁ ଦେଶର 125 କୋଟି ଜନତାଙ୍କ ତରଫରୁ ଲାଲକିଲ୍ଲା ଉପରୁ ମୁଁ ସମ୍ମାନ ଜଣାଉଛି ।
  3. ଭାରତର ସ୍ୱାଧୀନତା ପାଇଁ କଠିନ ପରିଶ୍ରମ କରିଥିବା ମହାନ ମହିଳା ଓ ପୁରୁଷ ମାନଙ୍କୁ ଆମେ ସ୍ମରଣ କରୁଛୁ ।
  4. ଦେଶର ବିଭିନ୍ନ ଭାଗରେ ପ୍ରାକୃତିକ ଦୁର୍ବିପାକ ଯୋଗୁ ପ୍ରଭାବିତ ହୋଇଥିବା ଜନସାଧାରଣଙ୍କ ସହିତ ଓ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ଶିଶୁ ମାନଙ୍କ ସହିତ ଭାରତର ଜନସାଧାରଣ କାନ୍ଧରେ କାନ୍ଧ ମିଳାଇ ଠିଆ ହୋଇଛନ୍ତି ।
  5. ଚଳିତ ଥର ଏକ ସ୍ୱତନ୍ତ୍ର ବର୍ଷ-75ତମ ଭାରତ ଛାଡ ଆନ୍ଦୋଳନ, ଚମ୍ପାରଣ ସତ୍ୟାଗ୍ରହର ଶତ ବାର୍ଷିକୀ, ଗଣେଶ ଉତ୍ସବର 125ତମ ବର୍ଷ ।
  6. ଭାରତ ଛାଡ ଆନ୍ଦୋଳନ “ଭାରତ ଛାଡ” ପାଇଁ ଉଦ୍ଦିଷ୍ଟ ଥିଲା, ମାତ୍ର ବର୍ତ୍ତମାନର ଆହ୍ୱାନ ହେଉଛି “ଭାରତ ଯୋଡ” ।
  7. ‘ଏକ ନୂତନ ଭାରତ’ର ସଂକଳ୍ପ ସହିତ ଆମକୁ ଦେଶକୁ ଆଗକୁ ନେବାକୁ ପଡିବ ।
  8. 1942 ରୁ 1947 ମଧ୍ୟରେ ଭାରତ ସାମୂହିକ ଶକ୍ତିର ପ୍ରଦର୍ଶନ କରିଥିଲା । ଆସନ୍ତା 5 ବର୍ଷ ମଧ୍ୟରେ ଆମକୁ ସମାନ ସାମୂହିକ ଶକ୍ତି, ସଂକଳ୍ପ ଓ କଠିନ ପରିଶ୍ରମ ମାଧ୍ୟମରେ ଦେଶକୁ ଆଗକୁ ନେବାକୁ ପଡିବ ।
  9. ଆମ ଦେଶରେ କେହି ବଡ ବା ଛୋଟ ନୁହନ୍ତି.. ସମସ୍ତେ ସମାନ । ଆମେ ସମସ୍ତେ ମିଶି ଦେଶରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିପାରିବା ।
  10. ଛୋଟ କିମ୍ବା ବଡ ଲୋକର ବିଭେଦ ଦୂର କରି 125 କୋଟି ଜନସାଧାରଣଙ୍କ ସାମୂହିକ ଶକ୍ତି ମାଧ୍ୟମରେ ଆମକୁ ଏକ ନୂତନ ଭାରତ ନିର୍ମାଣ କରିବା ଲାଗି ଆଗକୁ ବଢ଼ିବାକୁ ପଡିବ ।
  11. 2018 ଜାନୁଆରୀ 1 ଏକ ସାଧାରଣ ଦିବସ ହେବ ନାହିଁ - ଏହି ଶତାବ୍ଦୀରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ସେମାନେ 18 ବର୍ଷରେ ପହଂଚିବେ । ସେମାନେ ହେଉଛନ୍ତି ଆମ ଦେଶର ଭାଗ୍ୟ ବିଧାତା ।
  12. ଆମକୁ ‘ଚଳି ଯିବ’ ଚିନ୍ତାଧାରା ଛାଡିବାକୁ ପଡିବ । ଆମକୁ ‘ବଦଳିବାକୁ ପଡିବ’ - ବାବଦରେ ଚିନ୍ତା କରିବାକୁ ପଡିବ- ଏକ ଦେଶ ହିସାବରେ ଆମକୁ ଏହି ଚିନ୍ତାଧାରା ହିଁ ସହାୟତା କରିବ ।
  13. ଦେଶରେ ପରିବର୍ତ୍ତନ ଆସିଛି । ଏହି ବିଶ୍ୱାସ ଓ ସଂକଳ୍ପର ସହ ଆମକୁ ଆଗକୁ ବଢ଼ିବାକୁ ପଡିବ ।
  14. ଦେଶର ସୁରକ୍ଷା ହେଉଛି ଆମର ଗୁରୁତ୍ୱ । ଆଭ୍ୟନ୍ତରୀଣ ସୁରକ୍ଷାକୁ ଆମେ ପ୍ରାଧାନ୍ୟ ଦେଉଛୁ । ଏହା ଆମର ମହାସାଗର ହେଉ କିମ୍ବା ସୀମା ହେଉ ।
  15. ବାମପନ୍ଥୀ ଉଗ୍ରବାଦ, ସନ୍ତ୍ରାସବାଦ, ଅନୁପ୍ରବେଶ ଏବଂ ଶାନ୍ତି ଭଙ୍ଗ କରୁଥିବା ଶକ୍ତି ବିରୋଧି ସଂଗ୍ରାମରେ ଆମ ସୁରକ୍ଷା ବାହିନୀ ତ୍ୟାଗର ଶ୍ରେଷ୍ଠ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । ବିଶ୍ୱକୁ ଭାରତର ସାମର୍ଥ୍ୟ ଓ ସର୍ଜିକାଲ ଷ୍ଟ୍ରାଇକ କ୍ଷେତ୍ରରେ ଦକ୍ଷତାକୁ ମାନିବାକୁ ପଡିଲା ।
  16. ଏକ ରେଙ୍କ, ଏକ ପେନସନ ଯୋଜନା ଆମ ସୁରକ୍ଷା ବାହିନୀର ଆତ୍ମବିଶ୍ୱାସକୁ ବୃଦ୍ଧି କରିଛି ।
  17. ଯେଉଁମାନେ ଦେଶକୁ ଓ ଦେଶର ଗରିବମାନଙ୍କୁ ଲୁଟିଛନ୍ତି ସେମାନେ ଆଜି ଶାନ୍ତିରେ ଶୋଇ ପାରୁ ନାହାନ୍ତି ।
  18. ବର୍ଷ ବର୍ଷ ଧରି ବେନାମୀ ସମ୍ପତ୍ତି ଅଧିକାରଭୁକ୍ତ କରି ରଖିଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କୌଣସି ଆଇନ ପାସ କରାଯାଇ ନଥିଲା । ତେବେ ଏଇ ନିକଟରେ ଖୁବ କମ ସମୟ ମଧ୍ୟରେ ବେନାମୀ ଆଇନ ପାସ କରାଯିବା ପରେ ସରକାର 800 କୋଟି ଟଙ୍କାର ବେନାମୀ ସମ୍ପତ୍ତି ଜବତ କରିଛନ୍ତି । ଯେତବେଳେ ଏହିସବୁ ଘଟଣା ଘଟେ ସେତବେଳେ ସାଧାରଣ ଲୋକେ ଅନୁଭବ କରନ୍ତି ଯେ ଦେଶ ହେଉଛି ସଚ୍ଚୋଟ ଲୋକଙ୍କର ।
  19. ଆଜି ଆମେ “ସଚ୍ଚୋଟତାର ଉତ୍ସବ” ପାଳନ କରୁଛୁ ।
  20. ଜିଏସଟି ସମବାୟ ସଂଘୀୟ ବ୍ୟବସ୍ଥାର ଶକ୍ତିକୁ ଦର୍ଶାଇଛି । ଦେଶ ଜିଏସଟିର ସମର୍ଥନରେ ଏକାଠି ହୋଇଛି ଏବଂ ବୈଷୟିକ ଜ୍ଞାନର ଭୂମିକା ମଧ୍ୟ ଏ କ୍ଷେତ୍ରରେ ସହାୟକ ହୋଇଛି ।
  21. ଆଜି ଦେଶର ଗରିବ ଜନସାଧାରଣ ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ଏବଂ ଦେଶ ବିକାଶ ପଥରେ ଅଗ୍ରସର ହେଉଛି ।
  22. ଉତ୍ତମ ଶାସନ ହେଉଛି ପ୍ରକ୍ରିୟାକୁ ଦ୍ରୁତ ଓ ସରଳୀକୃତ କରିବା ।
  23. ବିଶ୍ୱରେ ଭାରତର ଭାବମୂର୍ତ୍ତି ବୃଦ୍ଧିପାଉଛି । ସନ୍ତ୍ରାସବାଦ ବିରୋଧରେ ମୁକାବିଲା କରିବା ପାଇଁ ବିଶ୍ୱ ଆମ ସହିତ ରହିଛି । ମୁଁ ଭାବୁଛି ସବୁ ଦେଶ ଏ କ୍ଷେତ୍ରରେ ଆମକୁ ସହାୟତା ପ୍ରଦାନ କରୁଛନ୍ତି ।
  24. ଜାମ୍ମୁ ଏବଂ କାଶ୍ମୀରର ପ୍ରଗତି ଲାଗି ଆମକୁ କାମ କରିବାକୁ ପଡିବ ।
  25. ସନ୍ତ୍ରାସବାଦ ଓ ସନ୍ତ୍ରାସବାଦୀଙ୍କ ବିରୋଧରେ ନରମ ଭାବ ପୋଷଣ କରିବାର କୌଣସି ପ୍ରଶ୍ନ ଉଠୁ ନାହିଁ ।
  26. ଗୁଳି ନୁହେଁ, ଗାଳି ନୁହେଁ ବରଂ ଆଲିଙ୍ଗନ ମାଧ୍ୟମରେ ଆମେ କାଶ୍ମୀର ସମସ୍ୟା ସମାଧାନ କରିପାରିବା ।
  27. କଳାଧନ ଓ ଦୁର୍ନୀତି ବିରୋଧରେ ଆମ ସଂଗ୍ରାମ ଜାରି ରହିବ । ଆମେ ବୈଷୟିକ ଜ୍ଞାନ ମାଧ୍ୟମରେ ସ୍ୱଚ୍ଛତା ଆଣିବାକୁ ପ୍ରୟାସ କରୁଛୁ ।
  28. ସନ୍ତ୍ରାସବାଦ ଓ ସନ୍ତ୍ରାସବାଦୀଙ୍କ ବିରୋଧରେ ନରମ ଭାବ ପୋଷଣ କରିବାର କୌଣସି ପ୍ରଶ୍ନ ଉଠୁ ନାହିଁ ।
  29. ଜନସାଧାରଣ ବ୍ୟବସ୍ଥା ପଛରେ ଅଗ୍ରଗାମୀ ଶକ୍ତି ହେବେ, ଏହାର ବିପରୀତ ନୁହେଁ – ତନ୍ତ୍ରକୁ ନେଇ ମାଧ୍ୟମରେ ଜନସାଧାରଣ ନୁହନ୍ତି, ଜନସାଧାରଣଙ୍କୁ ନେଇ ତନ୍ତ୍ର ଚାଲିବ ।
  30. ନୂତନ ଭାରତ ଗଣତନ୍ତ୍ର ପାଇଁ ସବୁଠାରୁ ବଡ ସାମର୍ଥ୍ୟ ହେବ ।
  31. ଚାହିଦା ଓ ପ୍ରଯୁକ୍ତିର ପରିବର୍ତ୍ତନ ସହ ନିଯୁକ୍ତିର ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ ଘଟୁଛି ।
  32. ଆମେ ଆମର ଯୁବକମାନଙ୍କୁ ନିଯୁକ୍ତି ଖୋଜିବା ପାଇଁ ନୁହେଁ, ନିଯୁକ୍ତି ସୃଷ୍ଟି କରିବା ଭଳି ଗଢୁଛୁ ।
  33. ମୁଁ କହିବାକୁ ଚାହେଁ, ଯେଉଁ ମହିଳାମାନଙ୍କୁ ତିନି ତଲାକ ଲାଗି କଷ୍ଟ ସ୍ଵୀକାର କରିବାକୁ ପଡିଛି ସେମାନଙ୍କ ସାହସକୁ ମୁଁ ପ୍ରଶଂସା କରୁଛି । ସେମାନଙ୍କ ଆନ୍ଦୋଳନରେ, ଆମେ ସେମାନଙ୍କ ସାଥିରେ ଅଛୁ ।
  34. ଭାରତ ହେଲା ଶାନ୍ତି, ଏକତା ଓ ସଦ୍ଭାବନାର ଭୂଇଁ । ଜାତିବାଦ ଓ ଗୋଷ୍ଠୀବାଦ ଆମ ପାଇଁ ସହାୟକ ହେବ ନାହିଁ ।
  35. ଆସ୍ଥା ନାମରେ ହିଂସାକାଣ୍ଡ ଭିଆଇବା କଦାପି ଖୁସିର କଥା ନୁହେଁ । ଭାରତରେ ଏହା କଦାପି ଗ୍ରହଣୀୟ ନୁହେଁ ।
  36. ରାଷ୍ଟ୍ର ଶାନ୍ତି, ଏକତା ଓ ସଂହତିର ମାର୍ଗରେ ପରିଚାଳିତ ହେଉଛି । ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢିବା ହେଲା ଆମ ସଭ୍ୟତା ଓ ସଂସ୍କୃତିର ଉଦ୍ଦେଶ୍ୟ ।
  37. ଆମେ ଦେଶକୁ ଏକ ନୂତନ ବିକାଶ ମାର୍ଗରେ ଆଗକୁ ନେଉଛୁ ଏବଂ କ୍ଷିପ୍ରତାର ସହ ଅଗ୍ରସର ହେଉଛୁ ।
  38. ପୂର୍ବଭାରତ – ବିହାର, ଆସାମ, ପଶ୍ଚିମବଙ୍ଗ, ଓଡିଶା ଏବଂ ଉତ୍ତର-ପୂର୍ବ ଅଞ୍ଚଳ ଉପରେ ଆମେ ଅଧିକ ଗୁରୁତ୍ଵ ଆରୋପ କରୁଛୁ । ଏହି କ୍ଷେତ୍ରର ବିକାଶ ଜରୁରୀ ।
  39. ଆମର କୃଷକମାନଙ୍କ କଠିନ ପରିଶ୍ରମ ଫଳରେ ରେକର୍ଡ ପରିମାଣର ଖାଦ୍ୟ ଶସ୍ୟ ଉତ୍ପାଦନ ସୁନିଶ୍ଚିତ ହୋଇପାରିଛି ।
  40. ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାଧ୍ୟମରେ 5.75 କୋଟି ରୁ ଅଧିକ କୃଷକଙ୍କୁ ବୀମା ଭୁକ୍ତ କରାଯାଇଛି ।
  41. ପ୍ରଧାନମନ୍ତ୍ରୀ କୃଷି ସିଂଚନ ଯୋଜନା ମାଧ୍ୟମରେ ଏ ପର୍ଯ୍ୟନ୍ତ 30ଟି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଏବଂ ଅନ୍ୟ 50 ରୁ ଅଧିକ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି ।
  42. ପ୍ରଧାନମନ୍ତ୍ରୀ କିଶାନ ସମ୍ପଦ ଯୋଜନା ମାଧ୍ୟମରେ ଆମେ କୃଷକମାନଙ୍କୁ ହେଣ୍ଡ-ହୋଲଡିଙ୍ଗ ଯୋଗାଇ ଦେଇଛୁ । ଯାହା ସେମାନଙ୍କୁ ବିହନଠାରୁ ଆରମ୍ଭ କରି ସେମାନଙ୍କ ଉତ୍ପାଦନର ବିକ୍ରୟ ଲାଗି ବଜାର ସୁବିଧା ପର୍ଯ୍ୟନ୍ତ ସବୁ ପ୍ରକାର ସହାୟତା ଯୋଗାଇ ଦେବ ।
  43. 14 ହଜାରରୁ ଉର୍ଦ୍ଧ୍ଵ ବିଜୁଳିବିହୀନ ଗ୍ରାମକୁ ବିଜୁଳି ଶକ୍ତି ଯୋଗାଇ ଦିଆଯାଇଛି ।
  44. ଏବେ ସୁଦ୍ଧା 29 କୋଟି ଜନଧନ ଜମା ଖାତା ଖୋଲା ଯାଇ ସାରିଛି ।
  45. 8 କୋଟିରୁ ଅଧିକ ଯୁବକଙ୍କୁ ବିନା ଗ୍ୟାରେଣ୍ଟିରେ ଋଣ ଯୋଗାଇ ଦିଆଯାଇଛି ।
  46. ଆମେ ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ କରୁଛୁ ଯାହାକି ଭାରତର ଏକ ଉଜ୍ଜ୍ଵଳ ଭବିଷ୍ୟତ ଏବଂ ଦେଶବାସୀଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ।
  47. କଳା ଟଙ୍କା ଓ ଦୁର୍ନୀତି ବିରୁଦ୍ଧରେ ଆମର ସଂଗ୍ରାମ ଆଗକୁ ଜାରି ରହିବ ଓ ଦେଶକୁ ଲୁଟ୍ ହେବାକୁ ଆମେ କଦାପି ଦେବୁ ନାହିଁ ।
  48. ଏକ ଦୁର୍ନୀତିମୁକ୍ତ ଭାରତ ଗଠନ ନିମନ୍ତେ ଆମର ପ୍ରୟାସ ଏବେ ଫଳପ୍ରସୂ ହୋଇଛି ।
  49. 1.25 ଲକ୍ଷ କୋଟି ଟଙ୍କାର କଳାଧନ ଠାବ କରାଯାଇ ପାରିଛି ।
  50. ପ୍ରାୟ 1.75 ଲକ୍ଷ ନକଲି କମ୍ପାନୀକୁ ବନ୍ଦ କରାଯାଇଛି ।
  51. ଜିଏସଟି ଲାଗୁ ପରେ ସଞ୍ଚୟ ବୃଦ୍ଧି ପାଇଛି ଏବଂ ପରିବହନ କ୍ଷେତ୍ରରେ ସକ୍ରିୟତା ଦେଖାଦେଇଛି । ଏହି ଦୁଇ କ୍ଷେତ୍ରରେ 30 ପ୍ରତିଶତ ଅଭିବୃଦ୍ଧି ହାସଲ କରାଯାଇଛି ।
  52. ବିମୁଦ୍ରୀକରଣ ଯୋଗୁଁ ବ୍ୟାଙ୍କମାନଙ୍କୁ ଅଧିକ ଅର୍ଥ ଆସିଛି, ଯାହାକି ଅର୍ଥବ୍ୟବସ୍ଥାକୁ ଆଗକୁ ବଢିବାରେ ସହାୟକ ହେବ ।
  53. ଆମ ଦେଶ ଏବେ ବିଶ୍ଵର ସର୍ବ ବୃହତ ଯୁବଶକ୍ତିର ଅଧିକାରୀ । ଆଜିର ଯୁଗ ହେଉଛି IT ର ଯୁଗ, ତେଣୁ ଡିଜିଟାଲ କାରବାର ଦିଗରେ ଆସନ୍ତୁ ଆଗକୁ ଅଗ୍ରସର ହେବା ।
  54. ଆସନ୍ତୁ, ଆଗକୁ ନେତୃତ୍ଵ ନେଇ ଅଗ୍ରସର ହେବା, ଡିଜିଟାଲ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଏବଂ ଭୀମ ଆପକୁ ଆପଣେଇବା ।
  55. ଆମେ ସହଭାଗୀ ସଙ୍ଘୀୟ ବ୍ୟବସ୍ଥାରୁ ପ୍ରତିଯୋଗୀତାମୂଳକ ସହଭାଗୀ ସଙ୍ଘୀୟ ବ୍ୟବସ୍ଥାକୁ ଉତ୍ତୀର୍ଣ୍ଣ ହୋଇସାରିଛୁ ।
  56. ପ୍ରାଚୀନ ଗ୍ରନ୍ଥମାନଙ୍କରେ କୁହାଯାଇଛି ଯେ, ଯଦି କୌଣସି କାର୍ଯ୍ୟ ଉଚିତ ସମୟରେ ସମ୍ପୂର୍ଣ୍ଣ ନ ହୁଏ ସେଥିରୁ ଈପସିତ ସୁଫଳ ମିଳିପାରେ ନାହିଁ ।
  57. ଟିମ୍ ଇଣ୍ଡିଆ ପାଇଁ ଏକ ନୂତନ ଭାରତ ଗଠନ ନିମନ୍ତେ ପ୍ରତିବଦ୍ଧ ହେବା ଲାଗି ଏହା ପ୍ରକୃଷ୍ଟ ଅବସର ।
  58. ଆମେ ଏକତ୍ର ମିଶି ଏପରି ଏକ ଭାରତ ନିର୍ମାଣ କରିବା ଯେଉଁଠାରେ ଗରିବ ଲୋକଙ୍କ ପାଇଁ ପକ୍କା ଘର, ପାନୀୟ ଜଳ ଓ ବିଜୁଳି ସଂଯୋଗ ଉପଲବ୍ଧ ହେବ ।
  59. ଆମେ ଏପରି ଏକ ଭାରତ ନିର୍ମାଣ କରିବାକୁ ଚାହୁଁ ଯେଉଁଠାରେ କୃଷକମାନେ ଦୁଶ୍ଚିନ୍ତା ବିନା ଶାନ୍ତିରେ ନିଦ୍ରା ଯାଇପାରିବେ । ସେମାନେ ଏବେ ଯାହା ଉପାର୍ଜନ କରୁଛନ୍ତି, ଆମେ ସେମାନଙ୍କ ଉପାର୍ଜନକୁ ଦ୍ଵିଗୁଣିତ କରିବୁ ।
  60. ଆମେ ଏପରି ଏକ ଭାରତ ନିର୍ମାଣ ପାଇଁ ସଂକଳ୍ପବଦ୍ଧ ଯେଉଁଠାରେ ଯୁବ ଶକ୍ତି ଏବଂ ମହିଳାମାନଙ୍କୁ ସେମାନଙ୍କ ସ୍ଵପ୍ନକୁ ସାକାର କରିବା ସକାଶେ ସବୁ ପ୍ରକାର ସୁଯୋଗ ମିଳିବ ।
  61. ଆମେ ଏପରି ଏକ ଭାରତ ନିର୍ମାଣ ପାଇଁ ସଂକଳ୍ପବଦ୍ଧ ଯାହା ଆତଙ୍କବାଦ, ସାମ୍ପ୍ରଦାୟିକତାବାଦ ଏବଂ ଜାତିବାଦ ଠାରୁ ସମ୍ପୂର୍ଣ୍ଣ ମୁକ୍ତ ରହିବ ।
  62. ଆମେ ସଭିଏଁ ମିଶି ଏପରି ଏକ ଭାରତ ନିର୍ମାଣ କରିବୁ ଯେଉଁଠାରେ ପ୍ରିୟାପ୍ରୀତି ତୋଷଣ ଓ ଦୁର୍ନୀତିର କୌଣସି ସ୍ଥାନ ରହିବ ନାହିଁ ।
  63. ଆମେ ସଭିଏଁ ମିଶି ଏପରି ଏକ ଭାରତ ନିର୍ମାଣ କରିବୁ ଯାହା ସ୍ଵଚ୍ଛ, ସୁସ୍ଥ ଏବଂ ସ୍ଵରାଜ୍ୟ ଗଠନ କରିବାରେ ସହାୟକ ହେବ ।
  64. ଆମେ ଏକ ଦିବ୍ୟ ଓ ଭବ୍ୟ ଭାରତ ନିର୍ମାଣ ପାଇଁ ଆଶା ବାନ୍ଧିଛୁ ।

 

**********