independenceday-2016

Press Information Bureau

Government of India

Prime Minister's Office

ସାହସିକତା ପୁରସ୍କାର ବିଜେତାଙ୍କ ସମ୍ମାନରେ ୱେବସାଇଟ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

Posted On :15, August 2017 10:05 IST

ସ୍ୱାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ ସାହସିକତା ପୁରସ୍କାର ବିଜେତାଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ୱେବସାଇଟ ଉନ୍ମୋଚନ କରିଛନ୍ତି ।

ୱେବସାଇଟ http://gallantryawards.gov.in/ ଉନ୍ମୋଚନ ବିଷୟ ଘୋଷଣା କରି ପ୍ରଧାନମନ୍ତ୍ରୀ କେତେ ଗୁଡ଼ିଏ ଟ୍ୱିଟରେ କହିଛନ୍ତି ଯେ, ଏହି ପୋର୍ଟାଲରେ ଆମ ଦେଶର ସାହସୀ ପୁରୁଷ/ମହିଳା, ସାଧାରଣ ବ୍ୟକ୍ତି ତଥା ସଶସ୍ତ୍ର ବଳ ଯବାନଙ୍କ କାହାଣୀ ସ୍ଥାନ ପାଇବ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆମ ବୀରମାନଙ୍କ ସ୍ମୃତିରେ ଯେଉଁମାନେ କି ସ୍ୱାଧୀନତା ପରେ ସାହସିକତା ପୁରସ୍କାର ପାଇଛନ୍ତି, ୱେବସାଇଟ http://gallantryawards.gov.in/ ଉନ୍ମୋଚିତ ହୋଇଛି ।

ଏହି ପୋର୍ଟାଲ http://gallantryawards.gov.in/ ଆମ ଦେଶର ସାହସୀ ପୁରୁଷ/ମହିଳା, ସାଧାରଣ ବ୍ୟକ୍ତି ଏବଂ ସଶସ୍ତ୍ର ବଳ ଯବାନଙ୍କ କାହାଣୀ ସଂରକ୍ଷିତ ରଖିବା ସହ ବର୍ଣ୍ଣନା କରିବ ।

ଯଦି ପ୍ରଦତ୍ତ ତଥ୍ୟରେ କୌଣସି ସୂଚନା ଉପଲବ୍ଧ ନାହିଁ କିମ୍ବା କୌଣସି ତଥ୍ୟ ସଂଯୁକ୍ତ କରିବାକୁ ଚାହୁଁଛନ୍ତି, ତେବେ ପୋର୍ଟାଲରେ ଥିବା ଫିଡ଼ବେକ ଲିଙ୍କରେ ତାହା ସଂଯୋଗ କରିପାରିବେ’ ।

******