independenceday-2016

Press Information Bureau

Government of India

Ministry of Home Affairs

ସ୍ୱାଧୀନତା ଦିବସ ପୁଲିସ ପଦକ ଘୋଷିତ ଓଡ଼ିଶାର 26 ଜଣ ମନୋନୀତ

Posted On :14, August 2017 14:48 IST

ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଇଁ ପୁଲିସ ପଦକ ସକାଶେ 990 ଜଣଙ୍କ ନାମ ଘୋଷଣା କରାଯାଇଛି । ଏଥିପାଇଁ ଓଡ଼ିଶାରୁ 26 ଜଣ ମନୋନୀତ ହୋଇଛନ୍ତି । ସାହସିକତା ପାଇଁ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ, 190 ଜଣଙ୍କୁ ପୁଲିସ ପଦକ, 93 ଜଣଙ୍କୁ ସ୍ୱତନ୍ତ୍ର ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ଏବଂ ଉଲ୍ଲେଖନୀୟ ସେବା ପାଇଁ 706 ଜଣଙ୍କୁ ପୁଲିସ ପଦକ ପ୍ରଦାନ ସକାଶେ ମନୋନୀତ କରାଯାଇଛି । ଛତିଶଗଡ଼ର ସହିଦ୍ ପ୍ଲାଟୁନ କମାଣ୍ଡର ଶଙ୍କର ରାଓଙ୍କୁ ମରଣୋତ୍ତର ଭାବେ ସାହସିକତା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯିବ । ଓଡ଼ିଶାରେ ସାହସିକତା ପାଇଁ 17 ଜଣଙ୍କୁ ପୁଲିସ ମେଡାଲ ପାଇଁ ମନୋନୀତ କରାଯାଇଛି । ଜଣଙ୍କୁ ସ୍ୱତନ୍ତ୍ର ସେବା ପାଇଁ ରାଷ୍ଟ୍ରପତି ପୁଲିସ ମେଡାଲ ଏବଂ 8 ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ପ୍ରଦାନ କରାଯିବ ।

ଓଡ଼ିଶାର ହାବିଲଦାର ଭବାନୀ ପ୍ରଧାନ, ଡେପୁଟି ସୁବେଦାର କିରଣ କୁମାର, କନଷ୍ଟେବଲ ମନୋରଞ୍ଜନ ନାୟକ, ଉଦୟ ଶଙ୍କର ପାତ୍ର, ଧନେଶ୍ୱର ମୁଦୁଲି, ପ୍ରେମାନନ୍ଦ ପ୍ରଧାନ, ମହାଦେବ ଗହୀର, ହେମନ୍ତ ପ୍ରଧାନ, ସର୍ଜେଣ୍ଟ ଟୁନୁ ସାହୁ, ସବ୍ ଇନ୍ସପେକ୍ଟର ବିକାଶ ପାତ୍ର, କନଷ୍ଟେବଲ ରାଜକିଶୋର ପ୍ରଧାନ, ହୃଷିକେଶ ଜାଲ, ରାମଚନ୍ଦ୍ର ହେମ୍ବ୍ରମ୍, ସାମନ୍ତ ମାଝୀ, କନଷ୍ଟେବଲ ସହିଦ୍ ସୁରେଶ ଚନ୍ଦ୍ର ହେମ୍ବ୍ରମ, ସର୍ଜେଣ୍ଟ ଶାନ୍ତନୁ କୁମାର ପ୍ରଧାନୀ, ହାବିଲଦାର ଅମିତ କୁମାର ବିଶ୍ୱାଳ ସାହସିକତା ପାଇଁ ପୁଲିସ ପଦକ ପାଇବାକୁ ମନୋନୀତ ହୋଇଛନ୍ତି । ସ୍ୱତନ୍ତ୍ର ସେବା ପାଇଁ ଓଡ଼ିଶା (ଭୁବନେଶ୍ୱର)ର ଏଏସପି ରବିନ୍ଦ୍ର କୁମାର ମହାପାତ୍ର ରାଷ୍ଟ୍ରପତି ପୁଲିସ ପଦକ ପାଇବାକୁ ମନୋନୀତ ହୋଇଛନ୍ତି । ଉଲ୍ଲେଖନୀୟ ସେବା ପାଇଁ ଭୁବନେଶ୍ୱର ସ୍ପେଶାଲ ଇଣ୍ଟେଲିଜେନ୍ସ ୱିଙ୍ଗର ଏଏସପି କାର୍ତ୍ତିକେଶ୍ୱର ସାମଲ, ରାଜ୍ୟ ପୁଲିସ ମୁଖ୍ୟାଳୟ(କଟକ)ର ଏଆଇଜି କିଶୋର କୁମାର ଡଙ୍ଗାୟତ, ଭୁବନେଶ୍ୱରର ଆସିଷ୍ଟାଣ୍ଡ କମାଣ୍ଡାଂଟ ନରେଶ କୁମାର ପଟେଲ, ରାଉରକେଲାର ଏସ୍ଆଇ ବିଜୟ କୁମାର ଦାଶ, ଭୁବନେଶ୍ୱର କମିଶନେରଟ ପୁଲିସର ହାବିଲଦାର ମହମ୍ମଦ ସବିର, ଭୁବନେଶ୍ୱର ସିକ୍ୟୁରିଟି ୱିଙ୍ଗର ହାବିଲଦାର ଗୌତମ ଚରଣ ସ୍ୱାଇଁ, ବାରିପଦାର କନଷ୍ଟେବଲ ସାଗର ଚରଣ ଗୁଇଆ ଏବଂ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନର କନଷ୍ଟେବଲ ସଞ୍ଜୁକ୍ତା ପଟ୍ଟନାୟକ ପୁଲିସ ପଦକ ପାଇବାକୁ ମନୋନୀତ ହୋଇଛନ୍ତି ।